Twitxy Saved

OdishaLIVE

Verified account This account is verified. Learn more

@OdishaLIVE

Follow the latest news & analysis, and explore stories that showcase Odisha's arts, culture, sports, business & entrepreneurship. 1 Million - YouTube/OdishaLIVE
Odisha odisha.live Joined February 2012
678 Following 2.3K Followers 54K Posts

Latest posts 5

OdishaLIVE Verified account @OdishaLIVE
Journalism connects people and acts as a bridge between information and understanding. In an ever-evolving information landscape, the responsibility to seek truth, verify facts and tell stories that matter becomes more important.

On National Journalism Day, we celebrate the #PowerOfJournalism, the courage to question, the commitment to truth and the power of stories that inform, inspire and shape society.

#NationalJournalismDay #OdishaLIVE #ResponsibleJournalism
OdishaLIVE Verified account @OdishaLIVE
ଆଇଆଇଟିଏଫ୍‌ ୨୦୨୬ରେ ଓଡ଼ିଶା ପାଭିଲିୟନ୍‌କୁ ଦର୍ଶକଙ୍କ ପ୍ରଶଂସା | ODISHA Pavilion @IITF2026

ନୂଆଦିଲ୍ଲୀରେ ଆୟୋଜିତ ୪୫ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬ରେ ଦର୍ଶକଙ୍କ ଆକର୍ଷଣର କେନ୍ଦ୍ର ପାଲଟିଛି ଓଡ଼ିଶା ପାଭିଲିୟନ୍। ରାଜ୍ୟର ସମୃଦ୍ଧ କଳା ଓ ସଂସ୍କୃତି, ନିଖୁଣ କାରିଗରୀ, ଆକର୍ଷଣୀୟ ହସ୍ତତନ୍ତ ଓ ପାରମ୍ପରିକ ଉତ୍ପାଦର ପ୍ରଦର୍ଶନକୁ ଦର୍ଶକମାନେ ପ୍ରଶଂସା କରୁଛନ୍ତି।

#OdishaAtIITF2026 #IITF2026 #OdishaPavilion #OdishaHeritage #VirasatSeVikas

@CMO_Odisha @ITPODesk @IPR_Odisha
1:37
OdishaLIVE Verified account @OdishaLIVE
The greatest measure of wealth is not what we accumulate, but what we leave behind for others.

Inspired by Mahatma Gandhi's enduring philosophy of Trusteeship, Satya Brata Das, author and global policy expert, explores this idea in his book, 𝗧𝗵𝗲 𝗠𝗮𝗻𝗶𝗳𝗲𝘀𝘁𝗼 𝗼𝗳 𝗛𝗼𝗽𝗲: 𝗔 𝗡𝗲𝘄 𝗦𝗼𝗰𝗶𝗮𝗹 𝗖𝗼𝗻𝘁𝗿𝗮𝗰𝘁 𝗳𝗼𝗿 𝗢𝘂𝗿 𝗛𝘂𝗺𝗮𝗻 𝗙𝗮𝗺𝗶𝗹𝘆.

The book calls for a transition from ownership to stewardship, advocating a future built on shared resources, greater equity and collective well-being.
𝗙𝗶𝗻𝗱 𝘁𝗵𝗲 𝗯𝗼𝗼𝗸 𝘄𝗼𝗿𝗹𝗱𝘄𝗶𝗱𝗲 𝗼𝗻 @amazon, 𝗜𝗻𝗱𝗶𝗴𝗼, 𝗞𝗼𝗯𝗼 𝗲𝗥𝗲𝗮𝗱𝗲𝗿 𝗮𝗻𝗱 𝗮𝘁 𝘀𝗲𝗹𝗲𝗰𝘁 𝗼𝗳𝗳𝗹𝗶𝗻𝗲 𝗯𝗼𝗼𝗸𝘀𝘁𝗼𝗿𝗲𝘀.

Canada: bit.ly/4x1S5pl
USA: bit.ly/4g6fuP2
India: bit.ly/3S330jj
UK: bit.ly/45rLMzg
Australia: bit.ly/4xzyrke
Europe: bit.ly/4g67FsI
Kobo: lnkd.in/gs3mtuxn
Indigo: lnkd.in/dFur_FcJ

#TheManifestoOfHope #ClimateAction #SocialEqualit #GlobalCooperation #SustainableFuture
OdishaLIVE Verified account @OdishaLIVE
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୬ରେ ଓଡ଼ିଶାର କଳା, ସଂସ୍କୃତି ଓ ହସ୍ତଶିଳ୍ପର ଝଲକ | Odisha Showcases Its Heritage & Handicrafts at IITF 2026

ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ୪୫ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୬ର ଓଡ଼ିଶା ପାଭିଲିୟନରେ ରାଜ୍ୟର ସମୃଦ୍ଧ ଐତିହ୍ୟ, ପାରମ୍ପରିକ କଳା ଓ ହସ୍ତଶିଳ୍ପର ଅନନ୍ୟ ପ୍ରଦର୍ଶନ ଦେଖିବାକୁ ମିଳୁଛି। ଏଠାରେ ଓଡ଼ିଶାର ଜିଆଇ ମାନ୍ୟତାପ୍ରାପ୍ତ ସାମଗ୍ରୀ, ପଟ୍ଟଚିତ୍ର, ସମ୍ବଲପୁରୀ ହସ୍ତତନ୍ତ, ଡକ୍ରା କାଷ୍ଟିଂ ଭଳି ଜନଜାତି କଳା ଏବଂ ମହିଳା ଉଦ୍ୟୋଗୀ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସ୍ଥାନୀୟ ଉତ୍ପାଦ ମୁଖ୍ୟ ଆକର୍ଷଣ ପାଲଟିଛି। ଏହି ମେଳା ମାଧ୍ୟମରେ ଓଡ଼ିଶାର କଳା ଓ ସଂସ୍କୃତିକୁ ଜାତୀୟ ସ୍ତରରେ ପରିଚିତ କରାଇବା ସହ ରାଜ୍ୟର କାରିଗର ଏବଂ ଉଦ୍ୟୋଗୀମାନଙ୍କ ପାଇଁ ନୂଆ ବଜାର ଓ ବ୍ୟବସାୟିକ ସୁଯୋଗ ସୃଷ୍ଟି ହେଉଛି।

#IITF2026 #OdishaPavilion #OdishaHandicrafts #OdishaCulture #VocalForLocal

@CMO_Odisha @ITPODesk @IPR_Odisha @HTH_Odisha
0:59
OdishaLIVE Verified account @OdishaLIVE
ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ୪୫ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୬ରେ ପ୍ରଦର୍ଶିତ ହେଉଛି ଓଡ଼ିଶାର ସମୃଦ୍ଧ କଳା, କାରିଗରୀ ଓ ପାରମ୍ପରିକ ଉତ୍ପାଦର ଅନନ୍ୟ ଝଲକ। ଓଡ଼ିଶା ପାଭିଲିଅନ୍‌ରେ ସ୍ଥାନ ପାଇଥିବା ରାଜ୍ୟର ବିଭିନ୍ନ ଜିଆଇ ଟ୍ୟାଗ୍‌ପ୍ରାପ୍ତ ଉତ୍ପାଦ ଦର୍ଶକ ଓ ପର୍ଯ୍ୟଟକଙ୍କ ପାଇଁ ପାଲଟିଛି ଆକର୍ଷଣର କେନ୍ଦ୍ର।

କୋଟପାଡ଼ ହସ୍ତତନ୍ତ, ସମ୍ବଲପୁରୀ ବାନ୍ଧ ଶାଢ଼ି, ବମକାଇ ଶାଢ଼ି, ଖଣ୍ଡୁଆ ବସ୍ତ୍ର, ପୁରୀର ପଟ୍ଟଚିତ୍ର, ପିପିଲିର ଚାନ୍ଦୁଆ କାମ ଓ କଟକର ରୂପା ତାରକସି ଭଳି ପାରମ୍ପରିକ କଳାକୃତି ଓଡ଼ିଶାର ସମୃଦ୍ଧ ବୟନ ଓ ହସ୍ତଶିଳ୍ପ ପରମ୍ପରାକୁ ପ୍ରଦର୍ଶିତ କରୁଛି।

କେବଳ ହସ୍ତଶିଳ୍ପ ନୁହେଁ, କନ୍ଧମାଳ ହଳଦୀ, କୋରାପୁଟର କଳାଜିରା ଚାଉଳ ଓ ଆରବିକା କଫି, ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, ଓଡ଼ିଶା ଖଜୁରି ଗୁଡ଼, କେନ୍ଦ୍ରାପଡ଼ା ରସାବଳୀ ଓ ଢେଙ୍କାନାଳ ମଗଜି ଲଡୁ ଭଳି ଆଞ୍ଚଳିକ ଉତ୍ପାଦ ମଧ୍ୟ ରାଜ୍ୟର କୃଷି ଓ ଖାଦ୍ୟ ପରମ୍ପରାର ବିବିଧତାକୁ ଦର୍ଶାଉଛି।

ଓଡ଼ିଶାର ବିଭିନ୍ନ ଜିଲ୍ଲାର ୨୭ଟି ଜିଆଇ ଟ୍ୟାଗ୍‌ପ୍ରାପ୍ତ ଉତ୍ପାଦର ଏହି ପ୍ରଦର୍ଶନୀ କେବଳ ରାଜ୍ୟର ସାଂସ୍କୃତିକ ଐତିହ୍ୟକୁ ଉପସ୍ଥାପନ କରୁନାହିଁ, ବରଂ ସ୍ଥାନୀୟ କାରିଗର, ବୁଣାକାର, କୃଷକ ଓ ଉତ୍ପାଦକଙ୍କ ଦକ୍ଷତାକୁ ଜାତୀୟ ସ୍ତରରେ ପରିଚିତ କରାଇବାର ଏକ ସୁଯୋଗ ମଧ୍ୟ ସୃଷ୍ଟି କରୁଛି।

#OdishaAtIITF2026 #GIProductsOfOdisha #OdishaHeritage

@CMO_Odisha @ITPODesk @IPR_Odisha @HTH_Odisha