Twitxy Saved

Mohan Charan Majhi

Verified account This account is verified. Learn more

@MohanMOdisha

Chief Minister of Odisha
Keonjhar, odisha Joined January 2019
22 Following 115K Followers 8K Posts

Latest posts 5

Mohan Charan Majhi Verified account @MohanMOdisha
ଭୁବନେଶ୍ୱରରେ ଆୟୋଜିତ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟସ୍ତରୀୟ ଛାତ୍ରନେତା ସମ୍ମିଳନୀରେ ସାମିଲ ହୋଇ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନରେ ବିଜୟ ହାସଲ କରିଥିବା ସମସ୍ତ ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କୁ ଆନ୍ତରିକ ଅଭିନନ୍ଦନ ଜଣାଇଲି ।

"ଜ୍ଞାନ, ଶୀଳ ଓ ଏକତା"ର ଆଦର୍ଶରେ ଅନୁପ୍ରାଣିତ ଏବିଭିପି କେବଳ ଏକ ଛାତ୍ର ସଂଗଠନ ନୁହେଁ, ବରଂ ଏହା ଦେଶପ୍ରେମ, ଅନୁଶାସନ ତଥା ରାଷ୍ଟ୍ରନିର୍ମାଣର ଏକ ଜୀବନ୍ତ କାରଖାନା । କ୍ୟାମ୍ପସଗୁଡ଼ିକ ଗଣତନ୍ତ୍ରର ପ୍ରଥମ ପାଠଶାଳା ହୋଇଥିବାରୁ ଏହି ରାଷ୍ଟ୍ରବାଦୀ ଯୁବନେତୃତ୍ୱ ନିଶାମୁକ୍ତ ପରିବେଶ ଗଠନ, ସମାଜସେବା ଓ ନବସୃଜନକୁ ଆପଣେଇ କ୍ୟାମ୍ପସକୁ ଆନନ୍ଦମୟ ସାର୍ଥକ ଛାତ୍ର ଜୀବନର କେନ୍ଦ୍ରରେ ପରିଣତ କରିବା ସହ ସମୃଦ୍ଧ ଓଡ଼ିଶା ଗଠନରେ ନିଜର ଯୋଗଦାନ ଦେବାପାଇଁ ଆହ୍ୱାନ ଦେଲି ।

ରାଷ୍ଟ୍ରପ୍ରଥମ ଭାବନା, ଓଡ଼ିଆ ଅସ୍ମିତା ଓ ଉତ୍କୃଷ୍ଟ ମୂଲ୍ୟବୋଧକୁ ପାଥେୟ କରି ‘ସମୃଦ୍ଧ ଓଡ଼ିଶା’ ତଥା ‘ବିକଶିତ ଭାରତ’ ଗଠନ ସଂକଳ୍ପରେ ଆମ ଯୁବଶକ୍ତି ସର୍ବଦା ଆଗଧାଡ଼ିରେ ରହିବେ ବୋଲି ମୋର ଦୃଢ଼ ବିଶ୍ୱାସ ।

@abvpodisha
@ABVPVoice
0 replies 1 reposts 3 likes 1.5K views View on X
Mohan Charan Majhi Verified account @MohanMOdisha
ଲୋକଙ୍କ ସରକାରରେ ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଦୃଢ଼ ହେଉଛି ଡିଜିଟାଲ୍ ଭିତ୍ତିଭୂମି। ‘ଓଡ଼ିଶା ଶିକ୍ଷାନେଟ୍’ ଯୋଜନାରେ ୬୦୧ଟି ମହାବିଦ୍ୟାଳୟରେ ମିଳିବ ନିଶୁଳ୍କ ଉଚ୍ଚଗତି ସମ୍ପନ୍ନ ୱାଇ-ଫାଇ ସୁବିଧା। ଶିକ୍ଷାରେ ଡିଜିଟାଲ୍ ସଂଯୋଗ, ସମୃଦ୍ଧ ଓଡ଼ିଶାର ନୂଆ ସମ୍ଭାବନା।

Odisha’s digital infrastructure in higher education is being strengthened. Through the ‘Odisha ShikshaNet’ scheme, 601 colleges will have access to free, high-speed Wi-Fi facilities. Enhanced digital connectivity in education, creating new opportunities for a Samruddha Odisha.
Mohan Charan Majhi Verified account @MohanMOdisha
ଲୋକଙ୍କ ସରକାରରେ ହବିଷ୍ୟାଳି ମା’ମାନଙ୍କ ସେବା ଓ ସୁବିଧାକୁ ଦିଆଯାଉଛି ସର୍ବାଧିକ ଗୁରୁତ୍ୱ। ଶ୍ରୀକ୍ଷେତ୍ରରେ ସୁବିଧାଜନକ ରହଣିଠାରୁ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ସେବନ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଯୋଗାଇ ଦିଆଯାଉଛି।

The service of Habishyali remains a priority. From accommodation to Mahaprabhu’s darshan and Mahaprasad, all essential arrangements are being ensured at Srikshetra Puri.
0:54
4 replies 2 reposts 12 likes 2.2K views View on X
Mohan Charan Majhi Verified account @MohanMOdisha
For years, restrictive pension quotas under the previous government kept thousands of eligible elderly and vulnerable people waiting for the support they deserved. We have ended this system by abolishing the quota restrictions under the Madhu Babu Pension Yojana, bringing 5,05,817 additional beneficiaries under its coverage.

Our Government believes that pension benefits should be determined by eligibility, not arbitrary quotas. We are committed to correcting past limitations and ensuring that social security reaches every eligible person with dignity.

#PensionForAll
#କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #promisedelivered
4 replies 5 reposts 20 likes 3.6K views View on X
Mohan Charan Majhi Verified account @MohanMOdisha
ବାଲେଶ୍ୱରର ପବିତ୍ର ମାଟିରେ ଆପଣମାନଙ୍କ ଭଲପାଇବା ଓ ଆଶୀର୍ବାଦ ଆଗରେ ମୁଁ ଚିର କୃତଜ୍ଞ ।
ମୁଖ୍ୟମନ୍ତ୍ରୀ ପଦ ମୋ ପାଇଁ କ୍ଷମତା ନୁହେଁ, ବରଂ ସେବାର ଏକ ପବିତ୍ର ଦାୟିତ୍ୱ। ମୁଁ ଆପଣଙ୍କ ଭିତରୁ ହିଁ ଜଣେ; ଦାରିଦ୍ର୍ୟ ଓ ସଂଘର୍ଷର କଷ୍ଟ ମୋତେ ଅଜଣା ନୁହେଁ। ସମାଜର ଶେଷ ପାହାଚରେ ଥିବା ପ୍ରତ୍ୟେକ ଅସହାୟଙ୍କ ପାଖରେ ତାଙ୍କର ହକ୍ ପହଞ୍ଚାଇବା ଏବଂ ଆମ ଗୁରୁଜନମାନଙ୍କ ସ୍ୱାଭିମାନ ରକ୍ଷା କରିବା ପାଇଁ ଆପଣଙ୍କ ଏହି ପୁଅ, ଆପଣଙ୍କ ଏହି ଭାଇ କେବେ ବି ପଛଘୁଞ୍ଚା ଦେବ ନାହିଁ ।

ଆପଣମାନଙ୍କର ଏହି ଆଶୀର୍ବାଦ, ଅତୁଟ ବିଶ୍ୱାସ ଓ ସ୍ନେହ ହିଁ ଏକ ସମୃଦ୍ଧ, ସ୍ୱାଭିମାନୀ ତଥା ବିକଶିତ ଓଡ଼ିଶା ଗଠନ ପାଇଁ ମୋର ସବୁଠାରୁ ବଡ଼ ବଳ ଓ ସାହସ । 🙏🏻

#PensionForAll
#କଥାଦେଇକଥାରଖିଲେ #ଭତ୍ତାପାଇଁଅପେକ୍ଷାରଯୁଗଶେଷ #promisedelivered
1:12